ଶ୍ରୀମଦ୍ ଭାଗବତମ୍ (ସଂକ୍ଷିପ୍ତ) ଗଳ୍ପରୂପରେ (Srimad Bhagavatam Sankhipta Rupare)
Author: ପୂର୍ଣ୍ଣପ୍ରଜ୍ଞ ଦାସଙ୍କ ଦ୍ୱାରା କଥିତ
Description
ସୂତ ଗୋସ୍ୱାମୀ କହିଲେ, “ଏହି ଶ୍ରୀମଦ୍ ଭାଗବତମ୍ ଯାହାର ମୁଁ ବର୍ଣ୍ଣନା କରିବାକୁ ଯାଉଛି ତାହା ଭଗବଦ୍-ବାଣୀର ଅବତାର ଅଟନ୍ତି ଏବଂ ଏହା ଶ୍ରୀଳ ବ୍ୟାସଦେବଙ୍କ ଦ୍ୱାରା ସଙ୍କଳନ ହୋଇଥିଲା ଯିଏ ସ୍ୱୟଂ ମଧ୍ୟ ଭଗବାନଙ୍କର ଜଣେ ଅବତାର। ସମସ୍ତ ବେଦ, ସାହିତ୍ୟ ଏବଂ ଇତିହାସ ଗୁଡ଼ିକରୁ ମନ୍ଥନ କରି ସମସ୍ତ ସାରତତ୍ତ୍ୱ କାଢ଼ିବାପରେ ବ୍ୟାସଦେବ ତାଙ୍କର ପୁତ୍ର ଶୂକଦେବଙ୍କୁ ଶ୍ରୀମଦ୍ ଭାଗବତମ୍ ଅର୍ପଣ କରିଥିଲେ। ପ୍ରତିବଦଳରେ, ଶୂକଦେବ ଗୋସ୍ୱାମୀ ସମ୍ରାଟ୍ ପରୀକ୍ଷିତଙ୍କୁ ପ୍ରଥମେ ଶ୍ରୀମଦ୍ ଭାଗବତମ୍ ଶୁଣାଇଥିଲେ, ଯିଏକି ମହାନ୍ ମୁନିଋଷିମାନଙ୍କ ପରିବେଷ୍ଟନୀ ମଧ୍ୟରେ ଗଙ୍ଗାକୂଳରେ ତାଙ୍କର ମୃତ୍ୟୁକୁ ଅପେକ୍ଷା କରି ବସିଥିଲେ।” ଏହି ଭଗବତ୍ ପୁରାଣ ସୂର୍ଯ୍ୟଙ୍କ ଭଳି ଦୀପ୍ତିମାନ୍ ଏବଂ ଠିକ୍ ଭଗବାନ୍ କୃଷ୍ଣଙ୍କର ସ୍ୱଧାମ ପ୍ରତ୍ୟାବର୍ତ୍ତନ ପରେପରେ ଏହା ଉଦତ୍ତ ହୋଇଛି। କଳିଯୁଗର ମନୁଷ୍ୟମାନେ ଯେଉଁମାନେ ଅଜ୍ଞାନର ଅନ୍ଧକାରରେ ରହି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି, ସେହିମାନେ ଏହି ଚମତ୍କାର ସାହିତ୍ୟରୁ ଆଲୋକ ପ୍ରାପ୍ତ କରିବେ।
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.